ମେଡିକାଲ କର୍ମଚାରୀଙ୍କୁ ପଚରାଉଚରା ପରେ ଅନେକଙ୍କ ବୟାନ ରେକର୍ଡ

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଅବସରପ୍ରାପ୍ତ ଜିଲ୍ଲା ଜଜ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ଟିମ୍ ଏସ୍‌ସିବି ମେଡିକାଲ ଯାଇ ଅନେକଙ୍କୁ ପଚରାଉଚରା କରିଛନ୍ତି। ପ୍ରାଥମିକ ଯାଞ୍ଚ ପରେ ପ୍ରତିକ୍ରିୟା ରଖିଛନ୍ତି ବିଚାର ବିଭାଗୀୟ ତଦନ୍ତ କମିଶନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଲକ୍ଷ୍ମୀଧର ବିଶ୍ବାଳ। ଯାହାର ଆବଶ୍ୟକତା ପଡ଼ିବ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ କହିଛନ୍ତି ।ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ବିଜ୍ଞାପନ ଜାରି କରିବା ଲାଗି। କମିସନଙ୍କ ଆଡୁ ରାଜ୍ୟ ସରକାରଙ୍କୁ ଜଣାଇଦିଆଯାଇଛି। ଅଗ୍ନିକାଣ୍ଡ ଘଟଣାରେ କେଉଁମାନେ ଦାୟିତ୍ୱରେ ରହିଥିଲେ ଏବଂ ଅବହେଳା ପଛରେ ଯେଉଁମାନଙ୍କ ଭୂମିକା ରହିଛି, ଏ ସବୁ ଦିଗକୁ ନେଇ ବିଚାର ବିଭାଗୀୟ ତଦନ୍ତ ପରିସର ଭୁକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *