ପୂରଣ ହେବ ୭ ହଜାର ୪୮୩ଟି ନର୍ସ ପଦବୀ
ଏବେ ଖୁବ ଶୀଘ୍ର ପୂରଣ ହେବ ରାଜ୍ୟରେ ଖାଲି ପଡିଥିବା ନର୍ସ ପଦବୀ । ଏହି ପଦବୀ ପୂରଣ ପାଇଁ ମିଳିଛି ହାଇକୋର୍ଟଙ୍କ ଗ୍ରୀନ ସିଗନାଲ । ଏହି ପଦବୀ ପୂରଣ ନେଇ ମାମଲା ହାଇକୋର୍ଟଙ୍କ ପାଖରେ ସଂରକ୍ଷିତ ଥିଲା । ତେବେ ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ । ହାଇକୋର୍ଟ ମେ ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବୀ ସଂରକ୍ଷିତ ରଖାଯିବ । ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ଏହା ପରେ ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି ୭ ହଜାର ୪୮୩ଟି ନର୍ସ ପଦବୀ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଖୁସି ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ତେବେ କୋର୍ଟଙ୍କ ଗ୍ରୀନ ସିଗନାଲ ମିଳିବ ପରେ ମୋଟ ୭ ହଜାର ୪୮୩ଟି ନର୍ସ ପଦବୀ ପୂରଣ ହେବ । ଖୁବ ଶୀଘ୍ର ଏନେଇ ରାଜ୍ୟସରକାରଙ୍କ ତରଫରୁ ପ୍ରକାଶ ପାଇବ ବିଜ୍ଞପ୍ତି।