‘ମେରିଟ୍ ଲିଷ୍ଟ ଅନୁସାରେ ନିଯୁକ୍ତି ଦିଅ’: ହାଇକୋର୍ଟ

ହାଇକୋର୍ଟରେ OSEPAର ମେରିଟ୍ ଲିଷ୍ଟ କାଏମ

ହାଇକୋର୍ଟରେ OSEPAର ମେରିଟ୍ ଲିଷ୍ଟ କାଏମ । କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାର ଶୁଣାଣି କରି ମେରିଟ୍ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ । ମେରିଟ ସହ ପ୍ରିଫରେନ୍ସକୁ ଗୁରୁତ୍ବ ଦେଇ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ ହାଇକୋର୍ଟ। ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କରିଥିଲେ ହାଇକୋର୍ଟ । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଓସେପା ପକ୍ଷରୁ ପ୍ରଥମେ ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ କରାଯାଇଥିଲା। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏହାପରେ ତରବରିଆ ଭାବେ ରାଜ୍ୟ ସରକାର ଜିଲ୍ଲାୱାରୀ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରିଥିଲେ ।