ଦିଲ୍ଲୀରେ ହାଇ ଆଲର୍ଟ
ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ସମ୍ଭାବିତ ଆତଙ୍କୀ ଆକ୍ରମଣ ପାଇଁ ସୁରକ୍ଷା ଏଜେନ୍ସିଗୁଡିକ ହାଇ ଆଲର୍ଟ ଜାରି କରିଛନ୍ତି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ସଦସ୍ୟମାନେ ଲାଲକିଲ୍ଲା ନିକଟରେ ବୋମା ବିସ୍ଫୋରଣ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ଚାନ୍ଦିନୀ ଚୌକ ନିକଟରେ ଥିବା ପ୍ରମୁଖ ମନ୍ଦିଗୁଡିକୁ ଟାର୍ଗେଟ କରାଯାଇଛି ବୋଲି ମଧ୍ୟ ସୂଚନା ମିଳିଛି ।ସୂଚନାନୁଯାୟୀ, ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା IED ଆକ୍ରମଣ କରିବାକୁ ଯୋଜନା କରୁଛି । ଫେବୃଆରୀ ୬ ତାରିଖରେ ପାକିସ୍ତାନର ଇସଲାମାବାଦର ଏକ ମସଜିଦରେ ହୋଇଥିବା ବିସ୍ଫୋରଣ ପରେ, ଏହି ସଂଗଠନ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ
