ଇସ୍ତଫା ଦେଲେ ହେମନ୍ତ, ୨୮ରେ ନେବେ ଶପଥ
ଜେଏମଏମ ପୁଣି ଥରେ ଝାଡଖଣ୍ଡରେ ଏକ ବଡ଼ ବିଜୟ ହାସଲ କରିଛି। ଝାଡ଼ଖଣ୍ଡରେ ପୁଣି ଥରେ ହେମନ୍ତ ସୋରେନଙ୍କ ସରକାର ହେବାକୁ ଯାଉଛି |ଏହା ସହ ଏକ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେମନ୍ତ ସୋରେନ ରବିବାର (୨୪ ନଭେମ୍ବର) ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ପତ୍ର ଦେବା ସହ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଗଙ୍ଗୱାରଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋରେନ କହିଛନ୍ତି, “ସରକାର ଗଠନ ପାଇଁ ଦାବି କରିଛି ଏବଂ ରାଜ୍ୟପାଳଙ୍କୁ ସହଯୋଗୀ ଦଳର ସମର୍ଥନ ପତ୍ର ଦେଇଛି। ସେ ଆମକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ନଭେମ୍ବର ୨୮ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।”