ଝାଡ଼ଖଣ୍ଡରେ ଫେଲ ମାରିଲା ବିଜେପିର ରଣନୀତି
ଝାଡଖଣ୍ଡରେ ହେମନ୍ତ ସୋରେନ ନେତୃତ୍ୱଧୀନ ଜେଏମଏମ-କଂଗ୍ରେସ ମେଂଟ ସରକାରର ପୁଣି ପ୍ରତ୍ୟାବର୍ତ୍ତନ ହୋଇଛି । ଲଗାତାର ଦ୍ୱିତୀୟ ଥର ଲାଗି ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଝାଡଖଣ୍ଡର ମୋଟ ୮୧ ଆସନ ମଧ୍ୟରୁ ଜେଏମଏମ-କଂଗ୍ରେସ ମେଣ୍ଟ ଆସନରେ ଆଗୁଆ ଥିବାବେଳେ ବିଜେପି ଆସନରେ ଆଗୁଆ ରହି ବହୁମତ ଠାରୁ ବହୁ ପଛରେ ରହିଛି । ପୂର୍ବ ଜାମସେଦପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ଓଡିଶା ପ୍ରଭାରୀ ଅଜୟ କୁମାର ହାରିଯାଇଛନ୍ତି । ଏଠାରୁ ରାଜ୍ୟପାଳ ରଘୁବାର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ ବିଜୟୀ ହୋଇଛନ୍ତି ।ଝାଡଖଣ୍ଡ ବିଧାନସଭାରେ ସରକାର ବିରୋଧୀ ହାୱା କାମ କରିନାହିଁ । ଏଠାରେ ପୁଣିଥରେ କ୍ଷମତାକୁ ଫେରିଛି ଜେଏମଏମ-କଂଗ୍ରେସ ମେଣ୍ଟ । ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ ୧୪ଟି ଆସନରୁ ଏହି ମେଣ୍ଟ ମାତ୍ର ୫ଟି ଆସନ ଜିତିଥିଲା । କିନ୍ତୁ ମନି ଲଣ୍ଡରିଂ ମାମଲାରେ ଗିରଫ ହେମନ୍ତ ସୋରେନ ଜେଲରୁ ବାହାରି ପୁରା ଖେଳକୁ ଓଲଟାଇ ଦେଇଛନ୍ତି ।