ବିଜେଡି ଉପରେ ବର୍ଷିଲେ ହେମାମାଳିନୀ

୨୫ବର୍ଷରେ ଆଖିଦୁର୍ଶିଆ ବିକାଶ ହୋଇନି: ହେମାମାଳିନୀ

ଭୁବନେଶ୍ୱର ସାଲିଆ ସାହିରେ ବିଜେପିର ଆଶୀର୍ବାଦ ସଭା । ସଭାରେ ଯୋଗଦେଲେ ହେମାମାଳିନୀ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଲେ । ସେହିପରି ଭୁବନେଶ୍ୱରରେ ରାଜ୍ୟସରକାରଙ୍କ ବିଫଳତା କଥା କହିବା ସହ ମୋଦୀଙ୍କ ସଫଳତାକୁ କହିଥିଲେ । ହେମାମାଳିନୀ କହିଥିଲେ, ଏଠାରେ ପୂର୍ବରୁ କଂଗ୍ରେସର ସରକାର ଥିଲା । ତା ପରେ ୨୫ ବର୍ଷ ହେବ ବିଜେଡି ଶାସନ କରୁଛି । ଓଡ଼ିଶା ଏବେ କେଉଁ ସ୍ଥିତିରେ ଅଛି । ଭ୍ରଷ୍ଟାଚାର ବଢୁଛି, ବେରୋଜଗାର ବଢୁଛି । ଓଡ଼ିଶା ବହୁତ ଭଲ ସାଂସ୍କୃତି ସ୍ଥାନ, ପ୍ରାକୃତିକ ଉପାଦାନ ରହିଛି । ପର୍ୟ୍ୟଟନର ବହୁତ ବିକାଶ ହୋଇପାରିବ । ହେଲେ ବିଜେଡି ସରକାର ୨୫ ବର୍ଷ ହେବ ଧ୍ୟାନ ଦେଇ ନାହାନ୍ତି । ୨୫ ବର୍ଷ ହେବ ଗୋଟିଏ ସ୍ଥାନରେ ଗୋଟିଏ କାମ କରି ଆସୁଛନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି । ପୂରା ଭାରତର ନୂଆ ନିର୍ମାଣ ହେଉଛି । ଦେଶର ଏମିତି ବିକାଶ ଦେଖି ବିଶ୍ୱ ବି ଚକିତ । ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦୀ ଅନେକ ଯୋଜନା କରିଛନ୍ତି । ହେଲେ ମୁଁ ଦୁଃଖିତ ଏହା ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚି ପାରୁନି । ମୋଦୀ ସରକାର ୧୮ ଲକ୍ଷ କୋଟି ଓଡ଼ିଶାକୁ ଦେଇଛନ୍ତି ବିକାଶ ପାଇଁ । ହେଲେ ଏଠାରେ କିଛି ବିକାଶ ମୋତେ ଦେଖାଯାଉନି । ଯଦି ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ତାହେଲେ ବିକାଶ ହୋଇପାରିବ ବୋଲି ହେମା ମାଳିନୀ କହିଥିଲେ ।