ଲଗାଣ ବର୍ଷା, ଭଦ୍ରକରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକ ଜିଲ୍ଲାର ୪ ବ୍ଳକରେ ସ୍କୁଲ ଛୁଟି

ରାଜ୍ୟରେ ଲାଗି ରହିଛି ବର୍ଷା। ଏଥିପାଇଁ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ। ବିଶେଷ କରି ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ରଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି  ।   ଏଣେ ବହୁ ଲୋକ ଏହି ୪ ବ୍ଲକର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବା ଜଣାଯାଇଛି  । ଏହାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ  ଧାମନଗର   ବ୍ଲକ୍‌ର ସମସ୍ତ ବିଦ୍ୟାଳୟକୁ ଆଜି ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି ।ରାଜ୍ୟରେ ଲଗାତାର କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଗତ କାଲି ବହୁତ ଜୋରରେ ବର୍ଷା ହୋଇଥିଲା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିଵାବେଳେ ଉପରବେଳା ସମୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।