୭ରେ ଆଉ ଏକ ଲଘୁଚାପ ସମ୍ଭାବନା

ଆଜି ସନ୍ଧ୍ୟାରୁ ବଢିବ ବର୍ଷା

ମୌସୁମୀ ଟ୍ରପ ଲାଇନ ସକ୍ରିୟ ରହିଛି, ଆଉ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ତେବେ ଆଜି ସଂଧ୍ୟାରୁ ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ସମ୍ଭାବନା ରହିଛି। ଆଗାମୀ ୪ ଦିନ ଉତ୍ତର ଓ ଉପକୂଳ ଓଡିଶାର କିଚ୍ଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ବୁଧବାର ରାଜ୍ୟର କେତେକ ସ୍ଥାନରେ ୧୧୫ରୁ ୨୦୪ ମିଲିମିଟର ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *