୭ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଫିକା ପଡିବ ରଜ । ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଜାରିରହିବ ବର୍ଷା । ବଦଳିଲା ପାଗ, ମୌସୁମି ବର୍ଷାରେ ଭିଜିବ ଓଡିଶା । ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ହେବ ମୌସୁମି ଜନିତ ବର୍ଷା । କିଛି କିଛି ଜିଲ୍ଲାରେ ଟାଇଁ ଟାଇଁ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଜିଠାରୁ ଦିନ ତାପମାତ୍ରା ରେ ହେବ ପରିବର୍ତ୍ତନ । ବଦଳିବ ପାଗ ଖସିବ ଆଉ ୨ରୁ ୩ଡିଗ୍ରୀ ଦିନ ତାପମାତ୍ରା । ସେପଟେ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ଓ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଅଛି ବୋଲି କହିଛି ପାଣିପାଗ ବିଭାଗ ।ବର୍ତ୍ତମାନ ପାଗ ଅନୁକୂଳ ରହିଚି ମୌସୁମୀ କୁ ଆଗକୁ ବଢିବ ପାଇଁ । ଦୁଇ ଦିନ ମଧ୍ୟରେ ଓଡିଶାର କିଛି ଜିଲ୍ଲାରେ ମୌସୁମି ଜନିତ ବର୍ଷା ହେବ । କିଛି କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧାରଣ ବର୍ଷା ସହିତ ଆଉ କିଛି ଜିଲ୍ଲା ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା । ଆଜି ପାଇଁ ରାଜ୍ୟର କିଛି କିଛି ସ୍ଥାନ ମାନଙ୍କରେ ହାଲୁକା ରୁ ମଧ୍ୟମ ଧାରଣର ବର୍ଷା ଭିତରେ ନବରଙ୍ଗପୁର,କନ୍ଧମାଳ, କଳାହାଣ୍ତି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ବିଭାଗ ।
