ଟ୍ୱିନ୍ ସିଟିରେ ଭୟଙ୍କର ବଜ୍ରପାତ

୨୧ ମିନିଟରେ ୬୯୦୬ ରୁ ଅଧିକ ଥର ମାରିଲା ବିଜୁଳି ଘଡ଼ଘଡ଼ି

ଆକାଶରୁ ଖସୁଛି ବିଜୁଳି । ଟ୍ୱିନ୍ ସିଟିରେ ଭୟଙ୍କର ବଜ୍ରପାତ । ୨୧ ମିନିଟରେ ପ୍ରାୟ ୬ ହଜାର ୯୦୬ ରୁ ଅଧିକ ଥର ମାରିଲା ବିଜୁଳି ଘଡ଼ଘଡ଼ି । ମୁସଳ ବର୍ଷାରେ ବେହାଲ ରାଜଧାନୀ । ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି । ଯାତାୟତ ଠପ୍ ହୋଇଥିବା ବେଳେ ଆସନ୍ତା ତିନି ଘଣ୍ଟା ପାଇଁ ଆଲର୍ଟ କଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ରବିବାର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗରେ ଏକାଧିକ କାର୍ ବୁଡି ଯାଇଥିବା ଦେଖିବାକୁ ମିଳିଛି । ଏଥିରୁ ଅନୁମାନ କରାଯାଇପାରୁଛି ଯେ ଟ୍ବିନସିଟିରେ ଯଦି ଏଭଳି ଅବସ୍ଥା ତେବେ ସାଧାରଣ ଗାଁ ଗହଳି କଥା ନକହିବା ଭଲ ।