ଘନ କୁହୁଡ଼ି, ୯୫ ବିମାନ ବିଳମ୍ବିତ
ଦିଲ୍ଲୀରେ ପ୍ରବଳ ଶୀତ ସହିତ ଘନ କୁହୁଡ଼ି । କୁହୁଡ଼ି ପାଇଁ ୧୫ଟି ବିମାନର ଚଳାଚଳ ବାତିଲ କରାଯାଇଥିବା ବେଳେ ୯୫ ବିମାନ ବିଳମ୍ବିତ ହୋଇଛି। ପ୍ରାୟ ୬୦ଟି ଟ୍ରେନ ଯାତ୍ରା ବି ବାଧାପ୍ରାପ୍ତ ହୋଇଛି। ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀରେ ଦୀର୍ଘ ୯ ଘଣ୍ଟା ଧରି ଜିରୋ ଭିଜିବିଲିଟି ସ୍ଥିତି ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଓ ଶ୍ରମଶକ୍ତି ଏକ୍ସପ୍ରେସ ସମେତ ବହୁ ଟ୍ରେନ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବରେ ଯାତ୍ରା କରୁଛନ୍ତି। ଗତକାଲି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୪୮ଟି ବିମାନର ଯାତ୍ରା ବାତିଲ ହୋଇଥିଲା। ଆଜି ସକାଳେ ଆଇଜିଆଇ ବିମାନବନ୍ଦରରେ ଭିଜିବିଲିଟି ମାତ୍ର ୫୦ ମିଟର ଥିବା ସୂଚନା ମିଳିଛି। ଦିଲ୍ଲୀରେ ତାପମାତ୍ରା ୧୦ଡିଗ୍ରୀ ସେଲସିୟସକୁ ଖସିଛି। କେବଳ ଦିଲ୍ଲୀ ନୁହେଁ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଘନକୁହୁଡି ସ୍ଥିତି ଲାଗି ରହିଛି।