ତାତିରେ ଲାଗିବ ବ୍ରେକ୍, ଆଶ୍ବସ୍ତି ଆଣିବ କାଳ ବୈଶାଖୀ

ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

ତାତିରେ ଲାଗିବ ବ୍ରେକ୍ ।  ଆଶ୍ବସ୍ତି ଆଣିବ କାଳ ବୈଶାଖୀ ।  ଲଗାତାର ୩ ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।  ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ପାଇଁ ମଧ୍ୟ ଜାରି ହୋଇଛି ଆଲର୍ଟ। ଆଜି ପାଇଁ ସୁନ୍ଦରଗଡ଼, ଦେଓଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଳାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ସେହିପରି ୧୫ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ , ଦକ୍ଷିଣ ଉପକୂଳ,ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା । ସେହିପରି ୧୬ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ପାଇଁ ଜାରି କରାଯାଇଛି ସତର୍କ ସୂଚନା । ୧୭ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ପାଇଁ ଆଲର୍ଟ ଜାରି ହୋଇଛି ।