କାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ପ୍ରଥମ ଥର ପାଇଁ ଭୁବନେଶ୍ବର ବାହାରେ ହେବ ଜନଶୁଣାଣି । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ହେବ ଜନଶୁଣାଣି । ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ମନ୍ତ୍ରୀ ଓ ସଚିବ ।ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ । ଏହି କାର୍ଯ୍ୟକ୍ରମ ରେ ସାରା ରାଜ୍ୟ ର ଲୋକ ନିଜର ଅଭିଯୋଗ କରି ପାରିବେ । ଯଦି କେହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଚାହିଁଲେ ଆଗୁଆ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ପ୍ରକ୍ରିୟା ଅନ ଲାଇନ ମାଧ୍ୟମରେ ହେବ । କେବଳ ପଞ୍ଜିକୃତ ବ୍ୟକ୍ତିଙ୍କୁ ହିଁ ଅଭିଯୋଗ କରିବାକୁ ଅବସର ମିଳିବ। ଖରାକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ୧୧ ଜଣ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବା ନେଇ ସୂଚନା ରହିଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।
