ଝାରପଡା ଜେଲରେ ହଂସିତା-ଅନୀଲଙ୍କୁ ଜେରା

ଝାରପଡା ଜେଲରେ ହଂସିତା-ଅନୀଲଙ୍କୁ ଜେରା

ଝାରପଡା ଜେଲରେ ହଂସିତା-ଅନୀଲଙ୍କୁ ଜେରା । ଆୟକର ବିଭାଗର ଦୁଇଟି ଟିମ୍ ପକ୍ଷରୁ ଚାଲିଛି ଜେରା । ବେନାମୀ ସମ୍ପତ୍ତି ନେଇ ଉଭୟଙ୍କୁ ପଚରାଉଚରା କରାଯାଉଛି । ଆୟକର ବିଭାଗ ପାଖରେ ବେନାମୀ ସମ୍ପତ୍ତିର ପ୍ରମାଣ ରହିଛି । ପୂର୍ବରୁ ୧୬ଟି ସ୍ଥାନରେ ରେଡ୍ କରିଥିଲା ଆୟକର ବିଭାଗ । ମାମଲାରେ ଶହେ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ମିଳିଛି ପ୍ରମାଣ । ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି । ସମସ୍ତ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଜେରା କରୁଛି ଆୟକର ବିଭାଗ ।