ହବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ହବିଷ୍ୟାଳୀ ଯୋଜନା: ୬ରୁ ଆବେଦନ ଆରମ୍ଭ

ହବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ସେ କହିଛନ୍ତି, ଅକ୍ଟୋବର ୬ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୧ ତାରିଖ ଯାଏ ଚାଲିବ। edistrict.odisha.gov.in ୱେବସାଇଟରେ ଆବେଦନ କରିପାରିବେ ହବିଷ୍ୟାଳୀ। ୨୫ ଶହ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ। ସବୁ ବର୍ଷ ଭଳି ସବୁ ସୁବିଧା ହବିଷ୍ୟାଳୀଙ୍କୁ ଯୋଗାଇ ଦିଆଯିବ। ଜିଲ୍ଲାପାଳ କହିଛନ୍ତି, ଯେଉଁ ହବିଷ୍ୟାଳୀମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ଏକ ଇଣ୍ଟିମେସନ ଯିବ। ଏତସହ ହବିଷ୍ୟାଳୀମାନେ ଶିବିରକୁ ଆସିଲେ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସେମାନଙ୍କୁ ଅନ୍ୟାନ ସୁବିଧା ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *