ରାଜଧାନୀରେ ଫାୟାରିଂ, ଯୁବକ ଆହତ

ବିଳମ୍ବିତ ରାତିରେ ରାଜଧାନୀରେ ଫୁଟିଲା ଗୁଳି

ରାଜଧାନୀରେ ଫାୟାରିଂ, ଯୁବକ ଆହତ । ବିଳମ୍ବିତ ରାତିରେ ବାଲିପାଟଣା ଅଞ୍ଚଳରେ ଫୁଟିଲା ଗୁଳି । ବାଇକରେ ଆସି ଗୁଳିମାଡ କଲେ ଦୁଇ ଦୁର୍ବୃତ୍ତ । ଆହତ ଯୁବକ ହେଲେ ଗୁଆପୁର ଗାଁର ଦୀପ୍ତିରଞ୍ଜନ ମହପାତ୍ର । ତାଙ୍କ ବାମ ହାତରେ ଗୁଳି ବାଜିଛି । ଗତକାଲି ରାତି ପ୍ରାୟ ୧୨ଟା ବେଳେ ଦୀପ୍ତି ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ଦୁଇ ଯୁବକ ବାଇକରେ ଆସି ଦୀପ୍ତିଙ୍କୁ ଗୁଳିମାଡ କରିଥିଲେ । ଗୁଳିମାଡ ପରେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଅଭିଯୋଗ ପରେ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ବାଲିପାଟଣା ପୋଲିସ ।