ଭୁଶୁଡ଼ିଲା ବ୍ରିଜ, ନଦୀକୁ ଖସିପଡିଲା ଅନେକ ଗାଡ଼ି
ଗୁଜରାଟର ମହିସାଗର ନଦୀ ଉପରେ ନିର୍ମିତ ବ୍ରିଜ ଭୁଶୁଡିଲା । ବ୍ରିଜ ଭୁଶୁଡ଼ିବା ଯୋଗୁଁ ଅନେକ ଗାଡ଼ି ନଦୀରେ ଖସିପଡିଥିବା ଜଣାପଡିଛି । ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକଙ୍କୁ ଉଦ୍ଧାର କରାଯାଇଛି । ପାଣିରେ ଅନେକ ଗାଡ଼ି ପଡିଛି । ଖବର ମୁତାବକ, ଏହି ବ୍ରିଜଟି ୪୩ ବର୍ଷ ପୁରୁଣା । ବ୍ରିଜଟି ଭଦୋଦରା-ଆନନ୍ଦକୁ ଯୋଡୁଥିଲା । ବ୍ରିଜ ଉପରେ ଭାରୀଯାନ ଯାଉଥିବା ବେଳେ ଭୁଶୁଡି ପଡିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଟ୍ରକଟି ଭଙ୍ଗା ବ୍ରିଜ ଉପରେ ଅଧା ହୋଇ ଝୁଲି ରହିଛି । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ସକାଳ ୮.୩୦ ମିନିଟରେ ଘଟିଛି । ବ୍ରିଜ ଭାଙ୍ଗିବା ଯୋଗୁଁ ଦୁଇଟି ଟ୍ରକ ଏବଂ ପିକଅପ୍ ଭ୍ୟାନ୍ ସହିତ ୪ଟି ଗାଡି ନଦୀରେ ଖସିଯାଇଛି । ୨ ଜଣଙ୍କ ଜୀବନ ଚାଲିଯାଇଯାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣା ପରେ ଯାତାୟତ ପ୍ରଭାବିତ ହୋଇଛି । ପୋଲିସ ଟ୍ରାଫିକୁ ଡାଇଭର୍ଟ କରିଛି । ତେବେ ଗତ କିଛିଦିନ ହେଲାଣି ଗୁଜରାଟରେ ଲଗାତାର ବର୍ଷା ହେବାରେ ଲାଗିଛି ।
