ଗୁଜରାଟରେ ଭୂକମ୍ପ ଅନୁଭୂତ

ଗୁଜରାଟରେ ଭୂକମ୍ପ, ତୀବ୍ରତା ୪.୪

ଆଜି ଗୁଜରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୪ ରହିଛି । ଭୂକମ୍ପ ପ୍ରାୟ ଭୋର ୪ ଟା ୩୦ମିନିଟ୍ ସମୟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାଦ୍ବାରା ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଯାଇଥିଲେ ।ସୂଚନାନୁଯାୟୀ, ଗୁଜରାଟର କଚ୍ଛରେ ଘଟିଥିବା ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାର ଥିଲା ବୋଲି NCS ପକ୍ଷରୁ ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ୨୩.୬୫ ଉତ୍ତର,ଦ୍ରାଘିମା ୭୦.୨୩ ପୂର୍ବରେ ଅବସ୍ଥିତ । କିନ୍ତୁ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ନାହିଁ ।ଏହା ପୂର୍ବରୁ ଡିସେମ୍ବର ୧୩ ତାରିଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୯ ଥିଲା ।

Leave a Reply

Your email address will not be published. Required fields are marked *