ନ ମାନିଲେ ଆଇନର ଆଶ୍ରୟ ନିଆଯିବ
ସବୁ ଜଗନ୍ନାଥ ମନ୍ଦିର ପାଇଁ ମାର୍ଗଦର୍ଶିକା ତିଆରି ହେବ । ମୁକ୍ତିମଣ୍ଡପକୁ ମାର୍ଗଦର୍ଶିକା ତିଆରି ପାଇଁ କୁହାଯାଇଛି । ସେବାୟତମାନଙ୍କ ପାଇଁ SOP ଅଣାଯିବ । କେଉଁ ସେବାୟତ କେଉଁ ସେବା କରିବେ ଉଲ୍ଲେଖ ରହିବ । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ଦିରର ନୀତିକାନ୍ତି, ପୂଜାର୍ଚ୍ଚନା ପାଇଁ ମାର୍ଗଦର୍ଶିକା ହେବ । ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି କରାଯିବ ବୋଲି ସେ କହିଛନ୍ତି। ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ପୃଥ୍ବୀରାଜ ଗଣାମାଧ୍ୟମକୁ କହିଛନ୍ତି। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ । ନଚେତ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଏବଂ ବଳକା ଦାରୁରେ ବିଗ୍ରହ ନିର୍ମାଣ କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମନ୍ଦିରରୁ ବଳକା ଦାରୁ କାଠ ଯିବା ମିଛ।ଭୁବନେଶ୍ୱରରୁ ତିଆରି ହୋଇ ଦୀଘା ଯାଇଛି ବିଗ୍ରହ। ନିମ କାଠରେ ବିଗ୍ରହ ତିଆରି ହୋଇଛି। ଶ୍ରୀମନ୍ଦିର ସେବାୟତ ଅନ୍ୟ କେଉଁଠି ପୂଜା କରିବା ବିଧି ନାହିଁ। ଗଣମାଧ୍ୟମରେ ସେବାୟତଙ୍କ ବେପରୁଆ ମନ୍ତବ୍ୟ ଆସୁଛି। ଏନେଇ ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା। ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ବିବାଦ ପ୍ରସଙ୍ଗରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନମନ୍ତ୍ରୀ।
