ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ
2 ଦିନ ପରେ ରଙ୍ଗର ପର୍ବ ହୋଲି । ଏନେଇ ବଜାର ପୁରା ରଙ୍ଗିନ ।ହୋଲି ପାଇଁ ଆଗୁଆ ପ୍ରସ୍ତୁତ ହେଲା କମିଶନରେଟ ପୋଲିସ୍ । ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ’ । ହୋଲି ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ୍ ପୋଲିସ ।ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ କହିଲେ ଭୁବନେଶ୍ବର DCP । ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା’ । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ’ ବୋଲି ସୂଚନା । ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ’ । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ PCR’ । କେବଳ ହର୍ବାଲ ରଙ୍ଗକୁ ଅନୁମତି, କେମିକାଲ୍ ରଙ୍ଗ ବାରଣ’ କରାଯାଇଛି ।ନଦୀପଠା, ସାଇପନ୍ ଏବଂ କେନାଲ ଉପରେ ରଖାଯିବ ନଜର । ହୋଲି ସମୟରେ ଅତୀତରେ ଘଟିଥିବା ଅଘଟଣକୁ ନଜିରରେ ରଖି ପୁଲିସ ସଜାଗ ରହିଛି । ସମସ୍ତେ ନିଜ ନିଜ ସାଙ୍ଗ ମାନଙ୍କ ଉପରେ ନଜର ରଖିବା ସହ ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ ହୋଲି ବାବଦରେ ବୁଝାଇବେ ।ଆଗରୁ ଯେଉଁ ଯେଉଁ ସ୍ଥାନରେ ପୂର୍ବରୁ ଦୁର୍ଘଟଣା ଘଟିଛି, ସେହି ସ୍ଥାନରେ ପୁଲିସ ଏବଂ ଦମକଳ ବାହିନୀ ମୃତ୍ୟୟନ କରାଯିବ । ନଦୀ ପଠା, ସାଇପନ ଏବଂ କେନାଲ ଉପରେ ନଜର ରଖିଛି ପୁଲିସ ବିଭାଗ । ଡ୍ରଙ୍କ ଆଣ୍ଡ ଡ୍ରାଇଭ ଏବଂ ମଦୁଆ ଏବଂ ରୋଡ଼ ରୋମିଓଙ୍କ ଉପରେ ରହିବ କଡା ନଜର । ରାସ୍ତା ଉପରେ ଝଗଡ଼ା, ଗଣ୍ଡଗୋଳ ପାଇଁ ପୁଲିସ ପେଟ୍ରୋଲିଂ ଟିମ ଜଗିବେ । ରାସ୍ତା ଉପରେ ଉତ୍ପାତ କଲେ ପୁଲିସ ବାନ୍ଧିବ । ଅପରାଧୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ସବୁ ଥାନାର ଓଓଉ ମାନଙ୍କୁ ସବୁ ହୋଟେଲ ଉପରେ ତୀକ୍ଷ୍ଣ ନଜର ରଖିବେ ।
