ମାଳଦ୍ବୀପରେ ପ୍ରଧାନମନ୍ତ୍ରୀ ମୋଦୀ
ମାଳଦ୍ବୀପରେ ପ୍ରଧାନମନ୍ତ୍ରୀ ମୋଦୀ । ମାଳଦ୍ବୀପରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ଏବଂ ମାଳଦ୍ବୀପ ସରକାର ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ ଜଣାଇଛନ୍ତି । ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆମନ୍ତ୍ରଣରେ ଜୁଲାଇ ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ମାଳଦ୍ୱୀପରେ ଗସ୍ତରେ ପ୍ରଧାନମନ୍ତ୍ରୀ । ଏହି ଗସ୍ତ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୋଦୀ । ମୋଦୀ ରାଷ୍ଟ୍ରପତି ମୁଇଜୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ, ଯେଉଁଥିରେ ଅର୍ଥନୈତିକ ସହଭାଗିତା, ସାମୁଦ୍ରିକ ସୁରକ୍ଷା ଏବଂ ରଣନୈତିକ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ

ଏହି ଗସ୍ତରେ ଭାରତ ସମର୍ଥିତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ହେବ, ଯେପରିକି ହୁଲହୁମାଲେରେ ୪,୦୦୦ ହାଉସିଂ କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ । ଏହା ସହ ବିଭିନ୍ନ ବୁଝାମଣା ପତ୍ର ଏମ୍ଓୟୁ ସ୍ୱାକ୍ଷରିତ ହେବ, ଯାହା ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଦୃଢ଼ କରିବ । ଭାରତର ହାଇ କମିସନର ଜି. ବାଲାସୁବ୍ରମଣ୍ୟମ୍ କହିଛନ୍ତି, ଏହି ଗସ୍ତ ଭାରତର ‘ନେବରହୁଡ୍ ଫାଷ୍ଟ’ ନୀତି ଓ ‘ମହାସାଗର’ ଦୃଷ୍ଟିକୋଣରେ ମାଳଦ୍ୱୀପର ଗୁରୁତ୍ୱକୁ ବଢ଼ାଉଛି ।
