କର୍ମଚାରୀଙ୍କୁ ଠକିଛି ଜି.ଆର ଏଣ୍ଟରପ୍ରାଇଜେସ !

ଜିନ୍ଦଲରେ ଶ୍ରମିକଙ୍କୁ ଠକିଛି ଠିକା ସଂସ୍ଥା !

ବକେୟା ଦରମା ଦେବା ଦାବିରେ ଦାବିପତ୍ର ପ୍ରଦାନ । ଜିନ୍ଦଲ କାରଖାନାରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦିଆଯାଇଛି ଦାବିପତ୍ର । ସୂଚନା ଅନୁସାରେ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜିନ୍ଦଲ କମ୍ପାନୀ ଅଧୀନସ୍ଥ ଜି.ଆର ଏଣ୍ଟରପ୍ରାଇଜେସ ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ କରୁଛି । ଏହି ସଂସ୍ଥା ରେ 43ରୁ ଉର୍ଦ୍ଧ ଶ୍ରମିକ 2017 ମସିହା ରୁ କାର୍ଯ୍ୟ କରି ଆସୁଥିଲେ । ଖାଲି ସେତିକି ନୁହେଁ ସେମାନଙ୍କୁ ଗେଟ ପାସ ମଧ୍ୟ ଦିଆଯାଇଥିଲା । ଦରମା ବାବଦରେ ଓଭର ଡିୟୁଟି ବ୍ୟତୀତ ଦୈନିକ 600 ଟଙ୍କା ପ୍ରଦାନ କରାଯାଉଥିଲା ।

କିନ୍ତୁ ଗତ ଡିସେମ୍ବର 2022 ରୁ ଗତ ଏପ୍ରିଲ 2023 ପର୍ଯ୍ୟନ୍ତ ଶ୍ରମିକ ମାନେ ନିୟମିତ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ଉକ୍ତ ଠିକା କମ୍ପାନୀ ପାଞ୍ଚ ମାସର ବକେୟା ଦୈନିକ ମଜୁରୀ ସହ ଅନ୍ତିମ ଦେୟ ନଦେଇ ଶ୍ରମିକ ମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଏନେଇ ସେକ ସାଜିଦ,ପ୍ରଫୁଲ୍ଲ କୁମାର ସ୍ୱାଇଁ,ରାମ ଚନ୍ଦ୍ର ବେହେରା ଙ୍କ ସହ 43ଜଣ ଶ୍ରମିକ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ , କିନ୍ତୁ ଏହି ଅଭିଯୋଗ ପରେ କୌଣସି ଅଧିକାରୀ କର୍ଣ୍ଣପାତ ନକରିବାରୁ ଆଜି ସିଭିଲ ସୋସାଇଟିର ସଭାପତି ବିଶ୍ୱନାଥ ପାତ୍ରଙ୍କ ନେତୃତ୍ୱରେ ଶ୍ରମିକ ମାନେ ଆସନ୍ତା 7ଦିନ ଭିତରେ ଆନ୍ଦୋଳନ ପାଇଁ ଶ୍ରମ ବିଭାଗ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ଅଭିଯୋଗକାରୀ ।