୨୭ରେ ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି

୨୭ରେ ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି

୨୭ରେ ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ଶନିବାର ଯୋଗୁଁ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବ ଆସନ୍ତା ଶନିବାର । ୨୦୨୧ ଫେବ୍ରୁଆରି ୧୭ ତାରିଖରେ ଏ ନେଇ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏହି ପ୍ରକଳ୍ପର ୪ଟି ମୁଖ୍ୟ ଲକ୍ଷ୍ୟ ରହିଛି । ସେଗୁଡ଼ିକ ହେଲା ମାଆ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ରୂପାନ୍ତରଣ, ଭକ୍ତ ଓ ଶ୍ରଦ୍ଧାଳୁ ମନରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ପାଇଁ ଗୁରୁତ୍ୱ, ସମ୍ବଲପୁରର ପର୍ୟ୍ୟଟନ ଅର୍ଥନୀତି ପ୍ରତି ଗୁରୁତ୍ୱ ଓ ମନ୍ଦିର ଚାରିପଟେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ପାଇଁ ସୁଯୋଗ ସୃଷ୍ଟି । ଶନିବାର ଲୋକାର୍ପଣ ଉତ୍ସବ ପାଇଁ ଯଜ୍ଞ ଓ ଚଣ୍ଡିପାଠ କରାଯିବ । ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରୁ ବ୍ରାହ୍ମଣମାନେ ଏହି କାର୍ୟ୍ୟରେ ଯୋଗଦେବେ ।