ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ପାରମ୍ପରିକ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ତାଙ୍କୁ ଭେଟିଛନ୍ତି ରାଜ୍ୟପାଳ । ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମୋହନଙ୍କ ସହ ଆଲୋଚନା କରିଛନ୍ତି । ଏକ ବର୍ଷର ସଫଳତା ପାଇଁ ପ୍ରଶଂସା କରଥିଲେ । ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶା ଭିଜନ- ୨୦୩୬ ଓ ୨୦୪୭ ପ୍ରଦାନ କରିଛନ୍ତି। ସାଧାରଣତଃ ଏଭଳି ଆଲୋଚନା ରାଜଭବନରେ ହୋଇଥାଏ।
ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ରାଜ୍ୟପାଳ ଭେଟିବା ଅନେକ ଗୁରୁତ୍ବବହନ କରୁଛି। ବିଜେପି ସରକାରର ବର୍ଷପୂର୍ତ୍ତି ନେଇ ଜନତା ମୈଦାନ କାର୍ଯ୍ୟକ୍ରମରେ ମୋହନ ମାଝୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାକ୍ଷାତର ସମୟ ଓ ସ୍ବରୂପ ମୋହନ ମାଝୀଙ୍କ ନେତୃତ୍ବ ପାଇଁ କେନ୍ଦ୍ରର ସମର୍ଥନକୁ ମଜଭୁତ କରିବାକୁ ଏକ ସୁଚିନ୍ତିତ ରଣନୀତି ଥିବା ଦର୍ଶାଉଛି । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ସାକ୍ଷାତ ମୋହନ ମାଝୀ ସରକାର ଉପରେ ମୋଦିଙ୍କ ବିଶ୍ବାସ ଥିବା ମଧ୍ୟ ସ୍ପଷ୍ଟ ବାର୍ତ୍ତା ଦେଉଛି ।
