ଜଙ୍ଗଲ ପରିବେଶ ବିଭାଗ ଜଙ୍ଗଲ ସୃଷ୍ଟି କରିବା ପାଇଁ ରଣନୀତି ପ୍ରସ୍ତୁତ

ହାତୀଙ୍କ ପାଇଁ ଘର ତିଆରି କରିବେ ରାଜ୍ୟ ସରକାର

ହାତୀଙ୍କ ପାଇଁ ଘର ତିଆରି କରିବେ ରାଜ୍ୟ ସରକାର। ଜଙ୍ଗଲ ପରିବେଶ ବିଭାଗ ଜଙ୍ଗଲ ସୃଷ୍ଟି କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ହାତୀଙ୍କ ପାଇଁ ଘର କରିବେ ରାଜ୍ୟ ସରକାର । ରାଜ୍ୟରେ ଆମର 33ପ୍ରତିଶତ ଜଙ୍ଗଲ ରହିଛି । ଯାହା ପାଇଁ ହାତୀଙ୍କ ବାସସ୍ଥାନ ସମ୍ଭବ ନୁହେଁ । 1800ରୁ ଅଧିକ ହାତୀ ରାଜ୍ୟରେ ରହିଛନ୍ତି । ତାଙ୍କ ପାଇଁ ଘର ଆକାରରେ ଜଙ୍ଗଲ ସୃଷ୍ଟି ହେବ । ଉଚିତ୍ ଖାଦ୍ୟ ତାଙ୍କ ପାଇଁ ଚାଷ କରାଯିବ । ଧାନ, ପଣସ ଓ ବାଉଁଶ ଭଳି ଚାଷ କରି ହାତୀଙ୍କୁ ତାଙ୍କ ଖାଦ୍ୟ ଯୋଗାଇବା ପାଇଁ ବିଭାଗ ରଣନୀତି କରିଛି । ହାତୀ ଓ ମଣିଷ ଲଢେଇ ରୋକିବାରେ ସହାୟକ ହେବ ।

30ବର୍ଷ ତଳକୁ ଯଦି ଆମେ ଯିବା ହାତୀ କେବେ ବି ଜନବସତି ଆଡ଼କୁ ଆସୁନଥିଲି । ଏବେ ଆସିବାର ମୁଖ୍ୟ କାରଣ ହେଉଛି ଜଙ୍ଗଲର ଅଭାବ ରହିବା ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇବା। ତେଣୁ ହାତୀଙ୍କ ପାଇଁ ଜଙ୍ଗଲ ସୃଷ୍ଟି କରି ତାଙ୍କୁ ଘର ଯୋଗାଇ ଦେବା ଆମର ଲକ୍ଷ।ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ଏଥିସହ ସେ କହିଛନ୍ତି  ମାଇନିଙ୍ଗ, ପ୍ଲାଣ୍ଟ ସହ ବିଭିନ୍ନ କାର୍ଯ୍ୟ ପାଇଁ ହାତୀ ଙ୍କ ପାଇଁ ଉଚିତ ପରିବେଶ ନାହିଁ । ବିଜେଡି ସରକାର ହାତୀଙ୍କୁ ଘର ଦେଇପାରିଲା ନାହିଁ । ଏବେ ଯିବ ଜନ୍ତୁ ଙ୍କ ସଂଖ୍ୟା ବଢିଛି । ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ହାତୀଙ୍କ ପାଇଁ ଆମ ସରକାର ଘର କରିବା ସହ ସେମାନଙ୍କ ଘର ତିଆରି କରିବ ।