ଆଜି ସୁଦ୍ଧା ୫୯ ଲକ୍ଷ ମେଟ୍ରିକ ଧାନ କିଣା ସରିଛି
ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କଲେ ସରକାର । ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ ଲକ୍ଷ ୯୨ ହଜାର ୮୬୪ ମେଟ୍ରିକ ଟନ୍ ଧାନ ଆସିଛି । ୫୯ ଲକ୍ଷ ୭୩ ହଜାର ୫୫୨ ମେଟ୍ରିକ ଧାନ କିଣା ହୋଇଛି । ୫୮ ଲକ୍ଷ ୬ ହଜାର ୪୩୨ ମେଟ୍ରିକ ଟନ ଧାନ ଉଠା ହୋଇଛି । ୧ ଲକ୍ଷ ୯୪ ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡ଼ି ରହିଛି ବୋଲି । ଏବେ ୧୩ ଲକ୍ଷ ୯୦ ହଜାର ୯୭୮ ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ ହଜାର ୪୫ କୋଟି ଟଙ୍କାର ଇନପୁଟ ସବସିଡି । MSP ବାବଦକୁ ୧୩ ହଜାର ୧୧୦ କୋଟି ଟଙ୍କା ଯାଇଛି ।
