‘ଦାନା’ କ୍ଷୟକ୍ଷତି ପାଇଁ ୪୨୩.୦୫ କୋଟିର ସହାୟତା ରାଶି ପ୍ରଦାନ

୪୨୩.୦୫ କୋଟିର ବାତ୍ୟା ସହାୟତା

ବାତ୍ୟା ଦାନା କ୍ଷୟକ୍ଷତି ପାଇଁ ସହାୟତା ରାଶି ପ୍ରଦାନ କଲେ ସରକାର । ୪୨୩.୦୫ କୋଟିର ବାତ୍ୟା ସହାୟତା ପ୍ରଦାନ କଲେ ରାଜ୍ୟ ସରକାର । କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକୁ ଦିଆଗଲା ସହାୟତା ରାଶି । ଏହା ପୂର୍ବରୁ ବାତ୍ୟା ଦାନା କ୍ଷୟକ୍ଷତିର ଆସିଥିଲା ଚୂଡ଼ାନ୍ତ ରିପୋର୍ଟ । ଦାନା ଉଡ଼ାଇଲା ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା । ବାତ୍ୟା ଓ ବନ୍ୟା ପ୍ରଭାବରେ ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ୧୬୬ ବ୍ଲକରୁ ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧୬୩୭ ଗାଁ ଓ ୪୧.୦୪ ଲକ୍ଷ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ।

ଏହାଛଡ଼ା ୩ ଲକ୍ଷ ୬୨ ହଜାର ୯୩୫.୩୭ ହେକ୍ଟର ଚାଷ ଜମି ପ୍ରଭାବିଚ ହୋଇଛି । ୧ ଲକ୍ଷ ୭୨ ହଜାର ୩୫୬.୮ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ୧୬ ହଜାର ୪୧୭ ଘର ବାତ୍ୟାରେ ପ୍ରଭାବିତ ହୋଇଛି । ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି ୨୩ କୋଟି ୭୩ ଲକ୍ଷ ୭୬ ହଜାର ଟଙ୍କା । ଜିଲ୍ଲାପାଳ ମାନେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *