ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ଗ୍ରାଉଣ୍ଡରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍
ଗୋପାଳପୁର ଗଣଦୁଷ୍କର୍ମ ଘଟଣା। ଘଟଣାସ୍ଥଳରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 5 ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଁଚି ଗୋପାଳପୁରରେ ବେଳାଭୂମିରେ ସ୍ଥିତି ପରଖିଛନ୍ତି। ଦୀପା ଦାସମୁନସୀଙ୍କ ନେତୃତ୍ୱରେ ସାଂସଦ ରଞ୍ଜିତ ରଂଜନ, ପରିଣୀତି ସିଂ ଦେ, ସାଂସଦ ଏସ ଜୋସ୍ନା ମଣି, ଶୋଭା ଓଝା ଗସ୍ତ କରିଥିଲେ। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସହ ଏହି ଟିମରେ ଓଡ଼ିଶା ପ୍ରଦେଶ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ବେଳାଭୂମିରେ ଘଟିଥିବା ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆଲୋକୀକରଣ ନାହିଁ। ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆବଶ୍ୟକସ୍ଥଳେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ରିପୋର୍ଟ ଦେବୁ ବୋଲି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ କହିଛନ୍ତି। କନ୍ଧମାଳ ଜିଲ୍ଲା ଗସ୍ତ କରି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ଥ ତଥ୍ୟ ରଖିବୁ ବୋଲି କହିଛନ୍ତି।
