ରିମାଣ୍ଡରେ ଯିବେ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ

ଗୋପାଳପୁର ଗଣ ଦୁଷ୍କର୍ମ ମାମଲା, ୩ ଦିନିଆ ରିମାଣ୍ଡରେ ୬ ଅଭିଯୁକ୍ତ

ରିମାଣ୍ଡରେ ଯିବେ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଗୁରୁବାର ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଭିଯୁକ୍ତଙ୍କର TI ପରେଡ ହୋଇଥିଲା । ଟିଆଇ ପରେଡରେ ଅଭିଯୁକ୍ତମାନଙ୍କୁ ପୀଡ଼ିତା ଚିହ୍ନଟ କରିଛି । ରିମାଣ୍ଡରେ ନେବା ପରେ ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ଉପସ୍ଥିତିରେ ସିନ୍ ରିକ୍ରିଏସନ କରାଯିବ । ଗତ ରବିବାର ୨୦ ବର୍ଷର ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇ ଗୋପାଳପୁର ବିଚରେ ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ । ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ ।  ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ ଅଛନ୍ତି ।