ସେପ୍ଟେମ୍ବର ୧୦ ତାରିଖ ପରେ ଲାଗୁହେଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
ରାଜ୍ୟରେ ବିଏସକେୱାଇ ଚାଲିବ ନା ବନ୍ଦ ହେବ, ଯାହାକୁ ନେଇ ଏକ ବଡ଼ ପ୍ରଶ୍ନ। ବିଜେପି ସରକାରଙ୍କ ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ କୌଣସି ବ୍ୟୟବରାଦ ନହେବା ପରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିଲା । ଏପରିକି ବଜେଟରେ ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବାକୁ ଘୋଷଣା ହୋଇଥିଲା । ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସେପ୍ଟେମ୍ବର ୧୦ ତିରଖ ଯାଏଁ ଚାଲିବ ବିଏସକେୱାଇ ଯୋଜନା। ଏହାପରେ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ। ଜୁଲାଇ ୩୦ରେ ୨ ମାସ ପାଇଁ ଲେଖାନୁଦାନକୁ ବିଧାନସଭା ଅନୁମୋଦନ କରିଛି। ସେପ୍ଟେମ୍ବର ୧୦ରେ ଆପ୍ରୋପ୍ରିଏସନ ବିଲ ପାରିତ ହେବ। ଏହାପରେ ସମସ୍ତଙ୍କୁ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ।
ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ, କେତେ ବିଏସକେୱାଇ ହିତାଧିକାରୀ? । ୩ କୋଟି ୫୬ ଲକ୍ଷ ବିଏସକେୱାଇ କାର୍ଡଧାରୀ ଅଛନ୍ତି। ଏମାନଙ୍କୁ ୯ ହଜା ୫୦୯ଟି ହସ୍ପିଟାଲରେ ମିଳୁଛି ମାଗଣା ଚିକିତ୍ସା । ୮ ହଜାର ୫୩୦ ସରକାରୀ ଓ ୯୭୯ ଘରୋଇ ହସ୍ପିଟାଲ ଅନୁବନ୍ଧିତ ଅଛନ୍ତି ।