ବଗି ଛାଡ଼ି ପଳାଇଲା ଇଞ୍ଜିନ୍
ପୁଣି ବଗି ଛାଡ଼ି ପଳାଇଲା ଇଞ୍ଜିନ । ବାଲେଶ୍ବର ଜିଲ୍ଲାର ପିଛା ଛାଡୁନି ରେଳ ଦୁର୍ଘଟଣା । ବାଲେଶ୍ବର ସୋର ଷ୍ଟେସନରେ ବଗି ଛାଡ଼ି ପାଖାପାଖି ୨ କିମି ଇଞ୍ଜିନ ପଳାଇଥିବା ସୂଚନା । ଧାମରାରୁ ଯାଉଥିବା କୋଇଲା ବୋଝେଇ ଟ୍ରେନରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ପ୍ରାୟ ୨୦ ମିନିଟ ପରେ ଯୋଡ଼ି ହେଲା ବଗି ସହ ଇଞ୍ଜିନ । ରେଲୱେ କର୍ମଚାରୀଙ୍କ ତଦାରଖ ପରେ ଗଡ଼ିଲା ମାଲବାହୀ । ତେବେ କେଉଁ କାରଣରୁ ଏଭଳି ଘଟିଲା ସେନେଇ ତଦନ୍ତ ଜାରି ରଖିଛି ରେଳ ବିଭାଗ ।