୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ
୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ। ପ୍ରତି ୧୦ ମିନିଟ୍ରେ ଗଡ଼ିବ ଟ୍ରେନ୍ ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ। ଭୂମିଠାରୁ ୧୩ ମିଟର ଉପରେ ଚାଲିବ ମେଟ୍ରୋ ଟ୍ରେନ୍। ତେବେ ରାଜମହଲ, ଜୟଦେବ ବିହାର ଓଭରବ୍ରିଜ ତଥା ବାରଙ୍ଗ ରେଲୱେ ଲାଇନ୍ ଉପରେ ଏହାର ଉଚ୍ଚତା ଅଧିକ ରହିବ।ରାଜଧାନୀ ଭୁବନେଶ୍ୱରରେ ଗଡ଼ବ ମେଟ୍ରୋ ଟ୍ରେନ୍। ୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ ସରିବ। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଗଡ଼ିବ ମେଟ୍ରୋ। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ। ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି, ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ। ଭୂମିଠାରୁ ୧୩ ମିଟର ଉପରେ ଚାଲିବ ମେଟ୍ରୋ ଟ୍ରେନ୍। ତେବେ ରାଜମହଲ, ଜୟଦେବ ବିହାର ଓଭରବ୍ରିଜ ତଥା ବାରଙ୍ଗ ରେଲୱେ ଲାଇନ୍ ଉପରେ ଏହାର ଉଚ୍ଚତା ଅଧିକ ରହିବ। ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ ମେଟ୍ରୋ। ସେଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ହୋଇଛି ବୋଲି ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି।