ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ପିଲାଙ୍କ ଲାଳନପାଳନ ପାଇଁ ମିଳିବ ମୋଟ ୭୩୦ଦିନ ଛୁଟି

କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକୁଟିଆ ଲାଲନ ପାଳନ କରୁଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ପିଲାଙ୍କ ଲାଳନପାଳନ ପାଇଁ ଚାକିରି କାଳର ମଧ୍ୟରେ ମିଳିବ ମୋଟ ୭୩୦ଦିନ ଛୁଟି । ପିଲାଙ୍କୁ ୧୮ବର୍ଷ ହେବା ଯାଏଁ ଏହୀ ୭୩୦ଦିନର ଛୁଟି ମିଳିବ । ପ୍ରଥମ ଦୁଇ ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ଏହି ସୁବିଧା ନେଇପାରିବେ । ଏଥିସହ ଭିନ୍ନ କ୍ଷମ ସନ୍ତାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ସଂସଦରେ ଏନେଇ ସୂଚନା ଦେଇଛନ୍ତି । ପ୍ରଶାସନିକ ସେବା ଅଧିକାରୀ ମଧ୍ୟ ସମାନ ସୁବିଧା ପାଇବେ ।