ବିଜେଡି ଛାଡ଼ିଲେ ବିଜେପିରେ ମିଶିଲେ ଗୀତାଞ୍ଜଳି

ବିଜେପିରେ ମିଶିଲେ ଗୀତାଞ୍ଜଳି ସେଠୀ

ବିଜେପିରେ ମିଶିଲେ ଗୀତାଞ୍ଜଳି ସେଠୀ । କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ । ବିଜେପି ରାଜ୍ୟ କାର୍ଯ୍ୟାଳୟ ଆସି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ଓ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବିଜେପିରେ ମିଶିବାର କିଛି ସମୟ ପୂର୍ବରୁ ବିଜେଡି ଛାଡ଼ିଥିଲେ ଗୀତାଞ୍ଜଳି । ଇସ୍ତଫା ପତ୍ର ଦଳର ସଭାତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ । କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାର୍ଥଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଥିଲେ ।