ନିଶାଙ୍କ ନାଚ ଦେଖି ସସପେଣ୍ଡ ହେଲେ ଉପଜିଲ୍ଲାପାଳ
ଛତିଶଗଡରେ ମହଙ୍ଗା ପଡିଲା ନିଶାଙ୍କ ନାଚ ଦେଖିବା । ନିଶା ମହାରଣାଙ୍କ ନାଚ ଦେଖି ନିଲମ୍ବିତ ହୋଇଛନ୍ତି ମେନପୁରର ଉପଜିଲ୍ଲାପାଳ ତୁଳସୀ ଦାସ ମାରକାନା । ପ୍ରଥମେ ବଦଳି ହେବା ପରେ ଏବେ ସେ ନିଲମ୍ବିତ ହୋଇଛନ୍ତି ।
ନିଶାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଗରିଆବନ୍ଦ ଜିଲ୍ଲାପାଳ । ଏହି ଘଟଣାରେ ପୂର୍ବରୁ ୧୪ଜଣ ଆୟୋଜକଙ୍କୁ ଗିରଫ କରାଯିବା ସହିତ ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଗତ ୯ତାରିଖ ଦିନ ଛତିଶଗଡରେ ବନଦୁର୍ଗା ଗଣନାଟ୍ୟରେ ଅଶ୍ଳିଳ ନୃତ୍ୟ ପରିବେଶଣ କରିଥିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ।
