ଗଂଜାମରୁ ସର୍ବାଧିକ ଦାଦନଙ୍କ ମୃତ୍ୟୁ

୩ ବର୍ଷରେ ୨୩୩ ଦାଦନଙ୍କ ମୃତ୍ୟୁ

ବାହାର ରାଜ୍ୟକୁ ଯାଇ ୩ ବର୍ଷରେ ୨୩୩ ଦାଦନଙ୍କ ମୃତ୍ୟୁ। ବିଧାନସଭାରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର ।ଗଂଜାମରୁ ସର୍ବାଧିକ ୪୩, ବଲାଙ୍ଗିରରୁ ୨୬ ଦାଦନଙ୍କ ମୃତ୍ୟୁ ହୋଇଛି । ୨୩୩ ଜଣଙ୍କ ମଧ୍ୟରୁ ୧୯୯ ଜଣଙ୍କ ମୃତଦେହ ଓଡ଼ିଶା ଫେରିଛି। ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଦାଦନ ମୃତ୍ୟୁ। ଏହାରି ଭିତରେ ବିଧାନସଭାରେ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ।

ଓଡ଼ିଶାରେ ଲାଗି ରହିଥ‌ବା ଦାଦନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତିଙ୍କ ଅଧ୍ୟକ୍ଷତାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ, ମାନ୍ୟବର ମନ୍ତ୍ରୀ ଏବଂ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ନେଇ ଅକ୍ଟୋବର-୨୦୨୪ ରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଯାହାକି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କାର୍ଯ୍ୟ କରୁଅଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *