ନିଲମ୍ବିତ ହେଲେ ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର
ନିଲମ୍ବିତ ହେଲେ ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ । ଜଟଣୀ ସଵରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜସ୍ୱ ବିଭାଗ ତାଙ୍କୁ ନିଲମ୍ବନ କରିଛି । ସଵ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି କରିଥିଲେ ଜମି ରେଜିଷ୍ଟ୍ରେସନ । ମାର୍ଚ୍ଚ 2023ରୁ ମେ 2025 ଭିତରେ ଜଟଣୀ ସବରେଜିଷ୍ଟର ଥିବା ବେଳେ 322 ଥର Home visit କରି ରେଜିଷ୍ଟ୍ରେସନ କରିଥିଲେ । ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିଥିଲେ ।
