ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ୍

ଥାନା ପୋଡ଼ିଦେଲେ, SDPOଙ୍କୁ ଗୋଡାଇ ଗୋଡ଼ାଇ ହାଣିଲେ

ଫୁଲବାଣୀ ଫିରିଙ୍ଗିଆରେ ଗଞ୍ଜେଇ ମାଫିଆଙ୍କ ଗୁଣ୍ଡାରାଜ । ଥାନା ପୋଡ଼ିଦେଲେ ଗଞ୍ଜେଇ ମାଫିଆ । ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇଲେ । ଏତିକିରେ ଥମିନି ହିଂସା, ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଛନ୍ତି ଗଞ୍ଜେଇ ମାଫିଆ । ଗୁରୁତର ଏସଡିପିଓଙ୍କୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ସିଜ ହୋଇଥିବା ଗାଡ଼ ଓ ବନ୍ଧୁକ ଲୁଟିନେଇଥିବା ସୂଚନା ରହିଛି । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭେଇ । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରିରହିଛି । ଘଟଣାସ୍ଥଳରେ ପହଞ୍ଚି ଫୁଲବାଣୀ ଏସପି ତଦନ୍ତ କରୁଛନ୍ତି । ଯେଉଁମାନେ ଏଭଳି କାମ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।