ଗଣେଶ ପୂଜା ପାଇଁ ଉତ୍ସବମୁଖର ପରିବେଶ

ସବୁଠି ପୂଜା ପାଉଛନ୍ତି ଗଜାନନ

ଆଜି ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ପୂଜା । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ଗଣେଶ ପୂଜାକୁ ନେଇ ଉତ୍ସବମୁଖର ପରିବେଶ ।

ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଆକର୍ଷଣୀୟ ପ୍ରତିକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।୬ଟନ୍ ବାଲି ଓ ୧୦୦୦ଟି ଷ୍ଟିଲର ଛୋଟବଡ ବାସନକୁ ବ୍ୟବହାର କରି ୫ ଫୁଟ ଉଚ୍ଚତାର ବିଘ୍ନ ବିନାଶକଙ୍କ ପ୍ରତିକୃତି ନିର୍ମାଣ ହୋଇଛି। ବାଲୁକା କଳାରେ ବିଶ୍ୱଶାନ୍ତିର ବାର୍ତ୍ତା ଦେବା ସହ ସମଗ୍ର ବିଶ୍ୱରେ ଶାନ୍ତି ଓ ସୁଖ ବଜାୟ ରହୁ ବୋଲି ପ୍ରାର୍ଥନା କରିଛନ୍ତି ।