ବ୍ୟାସନଗରରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ

ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ। ଏହି ଅବସରରେ ଦେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀକୁ ପାଳିତ କରାଯାଇଥିବା ଦେଖିବାକୁ ମିଳିଛି। ଯାଜପୁର ବ୍ୟାସନଗରରେ ମଧ୍ୟ ପାଳିତ ହୋଇଯାଇଛି ଗାନ୍ଧୀ ଜୟନ୍ତୀ। ଏହି ଅବସରରେ ବ୍ୟାସନଗର ବିଜେଡି ପକ୍ଷରୁ ଝାଟିଆସାହି ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧୀ ଜୟନ୍ତୀ ପାଳିତ ହେଇଥିବା ମଧ୍ୟ ଦେଖିବାକୁ ମିଳିଛି । ବ୍ୟାସନଗର ବିଜେଡି ସମ୍ପାଦକ ମହେଶ ଧଳଙ୍କ ନେତୃତ୍ୱରେ ଆୟୋଜିତ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ରାଉତ,ପୌରାଧକ୍ଷା ସଂଗୀତା ପିଙ୍ଗୁଆ ଓ ଉପାଧକ୍ଷ ସୁବାଷ ଚନ୍ଦ୍ର ବଳ ଯୋଗଦେଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l

ଏହି କାର୍ଯ୍ୟକ୍ରମ ମହିଳା ବିଜେଡି, ଯୁବ ବିଜେଡି ଓ ବରିଷ୍ଠ ବିଜେଡି ନେତା ଯୋଗଦେଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l ସେହିପରି ବ୍ୟାସନଗର କଂଗ୍ରେସ ପକ୍ଷରୁ ପୌର ପରିଷଦର ସଭାପତି ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଯୋଗଦେଇ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି l ଖାଲି ବ୍ୟାସନଗର ନୁହେଁ ଜିଲ୍ଲାର 10 ଟି ବ୍ଲକ ଓ ଦୁଇଟି ପୌର ପରିଷଦରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ବିଭିନ୍ନ ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳିତ ହେଉଥିବା ଦେଖିବାକୁ ମିଳିଛି l