ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ଚିଠି

ଇସ୍କନ ଗଭର୍ଣ୍ଣିଂ ବଡ଼ି କମିଶନଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ

ଇସ୍କନ ଗଭର୍ଣ୍ଣିଂ ବଡ଼ି କମିଶନଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚିଠି । ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ରାନୁମୋଦିତ ତିଥିରେ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଦେଶ ବାହାରେ ଇସ୍କନ ପକ୍ଷରୁ ଅନ୍ୟ ତିଥିରେ ପାଳନ କରାଯାଉଛି । ଏହା ସମ୍ପୂର୍ଣ୍ଣ ଭାବେ ଶାସ୍ତ୍ର ବିରୋଧୀ କାର୍ଯ୍ୟ ବୋଲି ଗଜପତି ମହାରାଜ କହିଛନ୍ତି । ଅନ୍ୟ ତିଥି କିମ୍ବା ତାରିଖରେ ପାଳନ ପରମ୍ପରାର ଉଲ୍ଲଂଘନ ହେଉଥିବା ଚିଠିରେ ଦର୍ଶାଯାଇଛି । ଜୁନ ୨୭ ତାରିଖ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରୁ ଜୁଲାଇ ୫ ତାରିଖ ଆଷାଢ ଶୁକ୍ଳ ପକ୍ଷ ଦଶମୀ ନଅ ଦିନ ମଧ୍ୟରେ ହିଁ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡାଯାତ୍ରା ପାଳନ କରାଯାଇ ପାରିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଏହି ତିଥି ବାହାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଯାତ୍ରା ପାଳନ କରିବା ପବିତ୍ର ଶାସ୍ତ୍ର ଓ ପୂର୍ବ ପରମ୍ପରାଣ ଉଲଂଘନ ହେବ ବୋଲି ଗଜପତି ମହାରାଜା କହିଛନ୍ତି ।