ଜି ଉଦୟଗିରିରେ ପ୍ରବଳ ଶୀତ

ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ . ୨ ଡିଗ୍ରୀ

ଜି. ଉଦୟଗିରି ସହରରେ ତିନି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର ସବୁଠୁ ଥଣ୍ଡା ସହର ଜି. ଉଦୟଗିରି ରହିଛି। ଶନିବାର ଦିନ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ସେଲ୍ସିୟସ ଥିବା କୃଷି ଗବେଷଣା କେନ୍ଦ୍ର ତରଫରୁ ଜାଣିବାକୁ ମିଳିଛି । ଶୁକ୍ରବାର ଦିନ ୮.୪ ଥିବା ବେଳେ ଗୁରୁବାର ଦିନ ୯.୨ ଡିଗ୍ରୀ ରହିଥିଲା । ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଯାଉଛି । ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା କଷ୍ଟ ହେଉଛି । ଏଣେ ସାା ହେବାକ୍ଷଣି ଶୀତ ମା’ ଆସୁଛି । ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଛନ୍ତି। ଅନ୍ୟପଟେ ଆଉ କିଛି ଦିନ ପରେ ବଡ଼ ଦିନ ଆସୁଥିବା ଯୋଗୁ ଦୂର ସହରରେ ରହୁଥିବା ଖ୍ରୀଷ୍ଟୀୟ ଭଉଣୀଭାଇମାନେ ସହରକୁ ଆସିବା ଲାଗିଲେଣି । ଶୀତର ମଜା ନେବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗି ରହିଛି । କଳିଙ୍ଗା ବନ ଉଦ୍ୟାନ, ସିରିକି କଫି ବଗିଚା, ହିଲଟପ, କଳିଙ୍ଗା ଘାଟି, ଓ ଶିରିକି ଡେମ ରେ ପର୍ଯ୍ୟଟକ ଓ ବିଭିନ୍ନ ପିକନିକ ପାର୍ଟି ମାନଙ୍କ ଗହଳି ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *