ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାକୁ ମୋଦୀଙ୍କ ସମର୍ଥନ

ଟ୍ରମ୍ପଙ୍କ ଭାବନାକୁ ପ୍ରଶଂସା କଲେ ମୋଦୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ବନ୍ଧୁ ଓ ମହାନ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ ଟ୍ରମ୍ପ । ଯାହା ପରେ ପ୍ରତିକ୍ରିୟା ଦେଇଛନ୍ତି ମୋଦି ।ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଲେଖିଛନ୍ତି ଯେ, ‘ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ଗଭୀର ଭାବରେ ପ୍ରଶଂସା ଏବଂ ପୂର୍ଣ୍ଣ ସମର୍ଥନ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂର ଦୃଷ୍ଟି ସମ୍ପନ୍ନ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି ।ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି ଏବଂ କେତେକ ସମୟରେ ଉତ୍ତେଜନାର ମୁହୂର୍ତ୍ତ ସୃଷ୍ଟି ହୋଇପାରେ, କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ରହିବ ।ପୂର୍ବରୁ ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କ ଉପରେ କହିଥିଲେ, ମୁଁ ସବୁବେଳେ ମୋଦିଙ୍କ ସହିତ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି । ଚିନ୍ତା କରିବାର କିଛି ନାହିଁ ।ଶୁକ୍ରବାର ଦିନ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ୱତନ୍ତ୍ର ଆଦେଶ ଜାରି କରିଥିଲେ । ଏଥିରେ ଗ୍ରାଫାଇଟ୍, ଟଙ୍ଗଷ୍ଟନ୍, ୟୁରାନିୟମ୍, ସୁନା ବୁଲାନ୍ ଏବଂ ଅନ୍ୟାନ୍ୟ ଅନେକ ଧାତୁ ଉପରେ ଦେଶ-ଭିତ୍ତିକ ଶୁଳ୍କ ହଟାଇ ଦିଆଯାଇଥିଲା ।