ସମସ୍ତଙ୍କୁ ବନ୍ଧୁତା ଦିବସର ଶୁଭେଚ୍ଛା
ଆଜି ବନ୍ଧୁତା ଦିବସ ବା ଫ୍ରେଣ୍ଡସିପ୍ ଡେ । ବନ୍ଧୁ ଏମତି ଏକ ସମ୍ପର୍କ ଯେଉଁଥିରେ ନା ଥାଏ କିଛି ସର୍ତ୍ତ ନା ଥାଏ କିଛି ନିୟମ । ରକ୍ତଠୁ ଗଭୀର ଯଦି କୌଣସି ସମ୍ପର୍କ ଥାଏ ସେ ହେଉଛି ବନ୍ଧୁତ୍ୱ । ସ୍ଥାନ,ସମୟ, ପରିସ୍ଥିତି ପରିବର୍ତ୍ତନ ହୁଏ କିନ୍ତୁ ସାଙ୍ଗର ସଂଜ୍ଞାକୁ ମନରୁ କେହି କେବେ ଦୂରେଇ ପାରେନା । ବନ୍ଧୁତା ବେଳେବେଳେ ବାଟବଣା ହୁଏ କିନ୍ତୁ ଭଲ ବନ୍ଧୁଙ୍କ ମଧ୍ୟରେ ବାଦବିବାଦର ବନ୍ଧ ବେଶିଦିନ ରୁହେନି । ବୁଝାମଣା ଭୁଲ ହୋଇପାରେ କିନ୍ତୁ ଦୁଇ ବନ୍ଧୁଙ୍କ ମଧ୍ୟରେ କମେନି ଭଲପାଇବା । ଅନେକ ସମୟରେ ଆମେ ବନ୍ଧୁତାର ପରିଭାଷା ବଖାଣିବା ପାଇଁ ଉଦାହରଣ ସ୍ବରୂପ ଭାଗବାନ କୃଷ୍ଣ ଓ ତାଙ୍କ ପ୍ରିୟ ସଖା ସୁଦାମାଙ୍କ କଥା ଦେଖିଆସିଛେ । ହେଲେ ଆଜିର ମଡର୍ଣ୍ଣ ଦୁନିଆରେ ଲୋକେ ଆଉ ସାମ୍ନାସାମ୍ନି ନୁହେଁ ସୋସିଆଲ ମିଡିଆରେ ବନ୍ଧୁଙ୍କ ତାଲିକାକୁ ବେଶି ଗୁରୁତ୍ବ ଦେଉଛନ୍ତି । ଯାହାଫଳରେ ଅନେକ ଘତ ପ୍ରତିଘାତ ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ସୋସିଆଲ ମିଡିଆରେ ବନ୍ଧୁଙ୍କ ତାଲିକା ଲମ୍ବା ନକରି ସଚ୍ଚୋଟ ସାଙ୍ଗ କରନ୍ତୁ । ଯେ କି ଆପଣଙ୍କର କେବଳ ସୁଖରେ ନୁହେଁ ଦୁଃଖରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ ।