ପୁରୀକୁ ୨୫୦ ଟି ବସ ଚଳାଚଳ ପାଈଁ ସ୍ୱତନ୍ତ୍ର ପରମିଟ

ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ଭକ୍ତଙ୍କ ପାଈଁ ହେବ ମାଗଣା ଅଟୋସେବା

ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଈଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ  ।  ଭକ୍ତଙ୍କ ପାଈଁ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ହେବ ମାଗଣା ଅଟୋସେବା  ।  ପୁରୀକୁ ୨୫୦ ଟି ବସ ଚଳାଚଳ ପାଈଁ ସ୍ୱତନ୍ତ୍ର ପରମିଟ ଦିଆଯିବ ସହ ରେଟ ଚାର୍ଟ ଲଗାଯିବ । ରଥଯାତ୍ରା ପ୍ରସ୍ତୁତି ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସୂଚନା  ।  ରଥଯାତ୍ରାପାଈଁ ଚଳିତ ବର୍ଷ ଏଆଇର ବ୍ୟବହାର କରାଯିବ ।  ଅପରାଧ ଓ ଭିଡ଼ ନିୟନ୍ତ୍ରଣ ପାଈଁ ସିସିଟିଭି ଓ ଇଣ୍ଟି ଗ୍ରେଟେଡ଼ କଣ୍ଟ୍ରୋଲ ରୁମର ସହାୟତା ନିଆଯିବ ।  ରଥଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦେଲେ ପୁରୀ ଏସପି ବିନୀତ ଅଗ୍ରୱାଲ ।