ମେଘନାଦ ପାଚେରୀ ଡେଇଁ ମନ୍ଦିରରେ ପଶିଲେ ୪ ଯୁବକ
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ । ଗଳାବାଟ ଦେଇ ମନ୍ଦିରକୁ ଗଲେ କିଛି ଯୁବକ । ମେଘନାଦ ପାଚେରୀ ଡେଇଁ ପଶିଲେ ୪ ଯୁବକ । ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଉପରେ ଚଢି ଭିତରକୁ ଗଲେ । ଅଳିଆଗଦା ଉପରେ ଚଢି ପଶିଗଲେ ଯୁବକ । କିଏ ଓ କାହିଁକି ଗଳାବାଟରେ ଗଲେ କାରଣ ଅସ୍ପଷ୍ଟ । କଣ କରୁଥିଲେ ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକକର୍ମୀ । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି । ମେଘନାଦ ପାଚେରି କଡ଼ରେ କିଏ ମାଟି ପକାଇଥିଲା ତଦନ୍ତ ହେବ । ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଏସପି ପିନାକ ମିଶ୍ର ।
