ସଫଳ ହେଲା ଆର୍ଟେମିସ୍-୨ ଚନ୍ଦ୍ର ଅଭିଯାନ

ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ

ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ । ସଫଳ ହେଲା ଆର୍ଟେମିସ୍-୨ ଚନ୍ଦ୍ର ଅଭିଯାନ । ୪ ଲକ୍ଷ କିଲୋମିଟର ଦୂରରୁ ଫେରିଲେ ୪ ମହାକାଶଚାରୀ । ୯ ଦିନର ରୋମାଞ୍ଚକର ଯାତ୍ରା ଶେଷ । ଆଜି ଭୋରୁ ପ୍ରଶାନ୍ତ ମହାସାଗରର ସାନ ଡିଏଗୋ ଉପକୂଳରେ ସଫଳତାର ସହ ଅବତରଣ କଲା ଓରିଅନ ମହାକାଶ ଯାନ। ପ୍ରଶାନ୍ତ ମହାସାଗରର ନୀଳ ଜଳରାଶି ମଧ୍ୟରେ କ୍ୟାପସୁଲ୍ ଟି ସଫଳତାର ସହ ଅବତରଣ କରିଛି । ସବୁ ମହାକାଶଚାରୀ ସୁସ୍ଥ ଅଛନ୍ତି । ପୃଥିବୀର ବାୟୁମଣ୍ଡଳରେ ଓରିଅନ ମହାକାଶ ଯାନ ପ୍ରବେଶ କରିବା ସମୟରେ ଏକ ଭୟଙ୍କର ସ୍ଥିତି ଉପୁଜିଥିଲା । ପ୍ରବଳ ଘର୍ଷଣ ଓ ତାପମାତ୍ରା ଯୋଗୁଁ ପ୍ରାୟ ୬ ମିନିଟ୍ ପର୍ଯ୍ୟନ୍ତ ଗ୍ରାଉଣ୍ଡ କଣ୍ଟ୍ରୋଲ୍ ସହ ମହାକାଶଚାରୀଙ୍କର କୌଣସି ଯୋଗାଯୋଗ ହୋଇପାରିନଥିଲା । ସେହି ସମୟରେ ପୂରା ବିଶ୍ୱ ଚିନ୍ତାରେ ଥିଲା ।ଶେଷରେ ପାରାସୁଟ୍ ଖୋଲିବା ସହ ଯୋଗାଯୋଗ ସ୍ଥାପନ ହେବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *