ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲା
ମହାନଦୀରେ ବନ୍ୟା ଆଶଙ୍କା । ହୀରାକୁଦ ପାଣି ଛାଡିବା ପରେ ନଦୀରେ ଅଢେଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୩୩ ଫୁଟ। ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୯୪ ହଜାର ୮୫୮ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨ଲକ୍ଷ ୯୪ ହଜାର ୮୫୮ କ୍ୟୁସେକ ଜଳ ।ସୂଚନାଥାଉକି, ହୀରାକୁଦ ଜଳଭଣ୍ଡାରରେ ଧୀରେଧୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ କ୍ରମାଗତ ଭାବେ ପର୍ଯ୍ୟାୟ କ୍ରମେ ଗେଟ୍ଗୁଡ଼ିକ ଖୋଲାଯାଉଛି। ଏହି କ୍ରମରେ ଆଜି ୪ଟି ଗେଟ୍ ଖୋଲି ଦିଆଯାଇଛି। ପୂର୍ବରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ବର୍ତ୍ତମାନ ସମୟରେ ମୋଟ୍ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆବଶ୍ୟକ ହେଲେ ଆହୁରି ଗେଟ୍ ଖୋଲା ଯାଇପାରେ।
