ଅଣନିଶ୍ଵାସୀ ହୋଇ ଚାଲିଗଲା ୪ ଶିଶୁଙ୍କ ଜୀବନ
ଅଣନିଶ୍ଵାସୀ ହୋଇ ଚାଲିଗଲା ୪ ଶିଶୁଙ୍କ ଜୀବନ। ଏପରି ଅଘଟଣ ଆନ୍ଧ୍ରପ୍ରଦେଶରୁ ଦେଖିବାକୁ ମିଳିଛି । କାରରେ ଅଣନିଶ୍ବାସ ହୋଇ ସେମାନଙ୍କର ପ୍ରାଣ ଚାଲିଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏମଏସଏମଇ ମନ୍ତ୍ରୀ ଏପରି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ବାହାଘରରେ ସାମିଲ ହେବା ପାଇଁ ପରିବାର ଲୋକଙ୍କ ସହ ପିଲାମାନେ ଆସିଥିଲେ । ସେହି ସମୟରେ ୪ ଜଣ ପିଲା ଏକାଠି ଖେଳୁଥିଲେ । ହଠାତ୍ ସେହି ସମୟରେ ୪ଜଣ ପିଲା କାର୍ ଭିତରେ ପଶିଯାଇଥିଲେ । ପରେ ଭିତରୁ ମଧ୍ୟ କାରଟି ଲକ୍ ହୋଇଯାଇଥିଲା । ଅଧିକ ସମୟ ଧରି କାର୍ ବନ୍ଦ ହୋଇ ରହିବାରୁ ଶ୍ବାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଗୋଟିଏ ପୁଅ ଥିବାବେଳେ ତିନୋଟି ଝିଅ ଥିଲେ । ସେମାନଙ୍କ ବୟସ ୬ ରୁ ୮ ବର୍ଷ ମଧ୍ୟରେ ରହିଥିଲା । ଅନ୍ୟପଟେ ଏମଏସଏମଇ ମନ୍ତ୍ରୀ ଏପରି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
